support@shashwatpublication.com +91 7000072109 B-75, Krishna Vihar, Koni, Bilaspur, C.G 495001
Mon - Sat 10:00 AM to 5:00 PM
Book Image
Book Image
Book Image

ISBN : 978-93-93557-73-5

Category : Fiction

Catalogue : Story

ID : SB20241

Yojangandha

Hridaya Ra Gunjana

PRASANTA KUMAR BIDYADHAR

Paperback

320.00

e Book

99.00

Pages : 167

Language : Oriya

PAPERBACK Price : 320.00

About Book

ଯୋଜନଗନ୍ଧା(ହୃଦୟର ଗୁଞ୍ଜନ) ଈଶ୍ୱରଙ୍କ ଏଇ ସୃଷ୍ଟି ଅନନ୍ୟ.... ଏଠାରେ ଥିବା ପ୍ରତ୍ୟକ ଜିନିଷର ନିଜର ସ୍ୱତନ୍ତ୍ରତା ଥାଏ,ଠିକ ସେମିତି ଏ ନାମ "ଯୋଜନଗନ୍ଧା" ନାମରେ ହିଁ ହୃଦୟରେ ଏକ ସ୍ୱତନ୍ତ୍ରତା ସ୍ଥାନ ସୃଷ୍ଟି ହୋଇଯାଏ।"ଯୋଜନଗନ୍ଧା".....ଯୋଜନ ଯୋଜନ ଦୂରତା ଅତିକ୍ରମ କରି ନିଜର ସୁମଧୁର ସୁରଭି ପୂର୍ଣ୍ଣ ସୁଗନ୍ଧ ରେ ସୃଷ୍ଟିରେ ସ୍ୱତନ୍ତ୍ରତା ସ୍ଥାନ ର ଅଧିକାରିଣୀ। ଫୁଲ ଟିଏ ସେ ଏମିତି ଚକ୍ଷୁରେ ଦେଖିବା ସମ୍ଭବ ହୋଇନପାରେ ସମସ୍ତଙ୍କ ପାଇଁ କିନ୍ତୁ ତାର ସୁରଭିତ ସୁଗନ୍ଧିତ ମହକରେ ହୃଦୟର ପ୍ରତି କୋଣ ଅନୁକୋଣରେ ଅର୍ଦୁଶ୍ୟତାରେ ଗୁଞ୍ଜରଣ ଭରିଦିଏ,ସେଇତ "ଯୋଜନଗନ୍ଧା" ଯିଏ କବିର କଳ୍ପନା ରେ କଳ୍ପିତ ଗାଳ୍ପିକର ଗଳ୍ପରେ ସ୍ପୁଟିତ ନାୟିକା ଅନନ୍ୟା.... ଯେଉଁ ସୁଗନ୍ଧ ହୃଦ କନ୍ଦର ରୁ ବାହାରି ଗୁଞ୍ଜନ ସୃଷ୍ଟି କରେ । ହୃଦୟକୁ ସମ୍ମୋହିତ କରେ ଆଉ ଯୋଜନ ଯୋଜନ ଦୁର ପର୍ଯ୍ୟନ୍ତ କଳ କଳ ମୁଖରିତ ହେଇ ନିଜର କାୟା ବିସ୍ତାର କରି ପତ୍ୟକ ପାଠକ , ପଠିକାଙ୍କ ହୃଦୟକୁ ନିଜସ୍ଵ ସୁଗନ୍ଧରେ ସ୍ୱଚ୍ଛ କରିଦିଏ ସେ ହେଉଛି "ଯୋଜନଗନ୍ଧା" ପ୍ରେମ୍, ରାଗ , ଅନୁରାଗ, ହସ ଖୁସିର ଏକ ଅଦ୍ଭୁତ ସଂଯୋଗ । ମନୁଷ୍ୟ ଯେକୌଣସି ବର୍ଣ୍ଣ, ଆଶ୍ରମ ଓ ସମ୍ପ୍ରଦାୟର ହେଉ ପଛକେ, ଯଦି ସେ ପାରମାର୍ଥିକ ମାର୍ଗରେ ଯୁକ୍ତ ହୋଇଯାଏ, ସାଧନା କରେ , ତେବେ ସ୍ଵାଭାବିକଭାବେ ସାତ୍ତ୍ଵିକ ଆହାର ପ୍ରତି ତା'ର ରୁଚି ହେବ,ରାଜସ ବା ତାମସ ଆହାର ପ୍ରତି ରୁଚି ହେବ ନାହିଁ । ସାତ୍ତ୍ଵିକ ଆହାର ଦ୍ଵାରା ବୃତ୍ତି ସାତ୍ତ୍ଵିକ ହୋଇଯିବ ଏବଂ ସାତ୍ତ୍ଵିକ ବୃତ୍ତି କାରଣରୁ ସାତ୍ତ୍ଵିକ ଆହାର ଭଲ ଲାଗିବ ।ଠିକ୍ ସେହିପରି ଆମେ ଓଡ଼ିଆ ଆମ ଭାଷା ଓଡ଼ିଆ , ଓଡିଆ ଭାଷାକୁ ବଞ୍ଚାଇବାକୁ ଗୋଟିଏ ଛୋଟ ପ୍ରୟାସର ନାମ ଯୋଜନଗନ୍ଧା(ହୃଦୟର ଗୁଞ୍ଜନ) । ତେବେ ଆସନ୍ତୁ , ହସ କାନ୍ଦ , ଲୁହ , କୋହ ,ପ୍ରେମ୍ , ସାମାଜିକ , ପାରିବାରିକ କାହାଣୀ ଟିକୁ ଟିକେ ଆମ୍ ହୃଦୟରେ ସ୍ଥାନ ଦେବା ।ଯୋଜନଗନ୍ଧା(ହୃଦୟର ଗୁଞ୍ଜନ) ଏକ ସଂଗ୍ରାମ , ଏକ ପ୍ରେମ , ଏକ ପରିବାର ର ଅନନ୍ୟ ଓ ଅଭିନ୍ନ ଅଙ୍ଗ । ବାସ୍ତବରେ ପ୍ରକୃତ ଭଲପାଇବା ଆଗରେ କ୍ରୋଧ,ଇର୍ଷା,ଜିଦ୍ ଏମିତିକି ସବୁକିଛି ହାର ମାନିଯାଏ, କାରଣ ପ୍ରକୃତ ଭଲ ପାଇବା ଆଗରେ ଏ ସବୁର ମୂଲ୍ୟ କିଛି ନୁେହଁ। ଯେମିତିକି ମା ଆମକୁ ଯେତେବି ଗାଳି କରନ୍ତୁ କିନ୍ତୁ କିଛି ସମୟ ପରେ ମା କୋଳକୁ ଆସି ମା ନ ଡାକି ରହି ନ ପାରୁ। ସତରେ ଏହା ହିଁ ପ୍ରକୃତ ଭଲପାଇବା ।* ଆଶା କରୁଛି ଗଳ୍ପ ଗୁଡ଼ିକ ଆପଣମାନଙ୍କୁ ନିଶ୍ଚୟ ଭଲ ଲାଗିବ ଆଉ "ଯୋଜନଗନ୍ଧା " ଆପଣଙ୍କ ହୃଦୟରେ ସୃଷ୍ଟି କରିବ ନୂଆ ଏକ ଗୁଞ୍ଜନ...


About Author

ଲେଖକ ପରିଚୟ: ମରାଳ ମାଳିନୀ ନୀଳାମ୍ବୁ ଚିଲିକା ର ଉପକୂଳବର୍ତ୍ତି ଅଞ୍ଚଳ , ଗ୍ରାମ ଉଦୟଗିରୀ ,ଟାଙ୍ଗୀ ବ୍ଲକ , ଖୋର୍ଦ୍ଧା ଜିଲ୍ଲା ନିବାସୀ ମହାନ୍ ବ୍ୟଶବିନାଶକାର , ଚିତ୍ରକାର ତଥା ଡ୍ରାମା ନିର୍ଦ୍ଦେଶକ ✓ସ୍ବର୍ଗତ ପ୍ରସନ୍ନ କୁମାର ବିଦ୍ୟାଧର ତଥା ମlତାଶ୍ରୀ ସାବିତ୍ରୀ ଦେବୀ ଙ୍କ ଜେଷ୍ଠ ପୁତ୍ର । ଶିକ୍ଷାଗତ ଯୋଗ୍ୟତା ଗ୍ରlଜୁଏଟ ବାଣିଜ୍ୟ ତଥା ଯାନ୍ତ୍ରିକ ଅଭିକଳ୍ପ(DPT) ଅଧ୍ୟୟନ ପରେ ଏକ ଲିମିଟେଡ କମ୍ପାନୀ ଭର୍ଷନା ଇସ୍ପାତ ରେ ଯୋଜନା ଓ ଉତ୍ପାଦନ ର ପ୍ରବନ୍ଧକ ଭାବେ କର୍ମ କରି ଆସୁଅଛି । ଏକ ବ୍ୟସ୍ତ ବହୁଳ ଜୀବନୀ ଭିତରେ ଓଡ଼ିଆ ଭାଷା ଓ ସାହିତ୍ୟ ପ୍ରତି ମୋର ବିଶେଷ ଆକର୍ଷଣ ଅଛି । ତଥା ଆଜି କାଲିର ଯୁବ ପିଢ଼ିର ପିଲାମାନଙ୍କ ମନରେ ଓଡିଆ ଭାଷା,ଓଡ଼ିଆ ସଂସ୍କୃତି ଓ ସାହିତ୍ୟ ପ୍ରତି ଚେତନା ଜାଗ୍ରତ କରାଇବା ମୋର ମୂଳ ଲକ୍ଷ୍ୟ । ମୁଖ୍ୟ ପେଶା ଚାକିରୀ ସହିତ , ଖୋଲା ମଞ୍ଚ ନାଟକ ରେ ଅଭିନୟ କରିବା , ଚିତ୍ରାଙ୍କନ , କବିତା ଓ ଏକପାଦୀ , ଗଳ୍ପ ଲେଖିବା ଓ ଭ୍ରମଣ କରିବା ଏବଂ ପ୍ରକୃତି ମାତାର ସୁନ୍ଦର ଚିତ୍ରାଉତ୍ତ୍ପଲନ କରିବାରେ ରୁଚି ରଖେ । ବୈଷ୍ଣବ ପୂଜାରୀ ତଥା ମାତା ରାଣୀ ଉଗ୍ରତାରା ଓ ପ୍ରଭୁ ଶ୍ରୀ ଜଗନ୍ନାଥ ସ୍ଵାମୀ ଙ୍କ ଆରାଧନା କରେ। E-mail Id :- bidyadhar_prasanta@rediffmail.com Mob-9023775238

Customer Reviews


 

Book from same catalogue